ରାଉରକେଲା : ମହିଳାଙ୍କୁ ପାଇପରେ ପିଟି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡବିଧାନ ଶୁଣାଇଲେ ଏଡିଜେ ୧ ଭି ସୁଜାତା।
ରାଉରକେଲା : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ କଦଳୀଵାହଲ ଗ୍ରାମରେ ଜଣେ ମହିଳାଙ୍କୁ ଲୁହା ପାଇପରେ ପିଟି ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ଅନୀଲ ଖାଲକୋଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟାକାରୀକୁ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଅର୍ଥ ଦଣ୍ଡ ନଦେଲେ ଅଧିକ ଏକମାସ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ରାଉରକେଲା ଏଡିଜେ ୧ ଭି ସୁଜାତା ଦଣ୍ଡ ବିଧାନର ଶୁଣାଣି କରିଛନ୍ତି । ୨୦୧୭ ମସିହା ଜୁନ ୨୪ ତାରିଖ ଅନିଲ ଖାଲକୋ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହେଉଥିବା ପାରିବାରିକ ଗଣ୍ଡଗୋଳ ସମାଧାନ କରିବାକୁ ଯାଇଥିବା କଦଳୀ ଵାହଲ ଗ୍ରାମର ସୁରେଇ କିସପଟାଙ୍କୁ ଅନୀଲ ଖାଲକୋ ଲୁହା ପାଇପରେ ପିଟି ଗୁରୁତର ଆହତ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୁରେଇ ମୃତ୍ୟୁ ବରଣ କରିବା ପରେ ୨୦୧୭ ମସିହା ଜୁନ ୨୭ ତାରିଖ ଵିଶ୍ରା ଥାନାରେ ମନୋଜ କୁଜୁର ଅଭିଯୋଗ କରିଥିଲେ। ଏହି ହତ୍ୟା ଘଟଣାରେ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାଉରକେଲା ଏଡିଜେ ୧ ହତ୍ୟାକାରୀ ଅନୀଲ ଖାଲକୋକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସ୍ବରୁପ ରଞ୍ଜନ ରଥ ସୂଚନା ଦେଇଛନ୍ତି। ଏହି ହତ୍ୟା ମାମଲାର ତଦନ୍ତ ତତ୍କାଳୀନ ବିଶ୍ରା ଥାନା ଆଇ ଆଇ ସି ପ୍ରଭାତ କୁମାର ବିଶ୍ବାଳ କରୁଥିଲେ।