ବିରମିତ୍ରପୁର : ବଡଭାଇର ସାବଳ ମାଡରେ ସାନ ଭାଇ ମୃତ।। ଅଭିଯୁକ୍ତ ଭାଇ ଗିରଫ।। ପୋଲିସ ତଦନ୍ତ ଜାରି।

0 614

ରାଉରକେଲା : ୫/୪ (ସତ୍ୟାନ୍ୟୁଜ) ସାମାନ୍ୟ ବଚସା କୁ କେନ୍ଦ୍ର କରି ବଡ ଭାଇ ହତ୍ୟା କରିଛି କରିଛି ସାନ ଭାଇକୁ। ଏପରି ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ଗ୍ରାମରେ। ପୋଲିସ ହତ୍ୟା ଅଭିଯୁକ୍ତ ବଡ ଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଦୁଇ ଭାଇ ବୁଧରାମ ମାଝୀ ଏବଂ ଶିବାଜୀ ମାଝୀ ଘରେ ବସି ମଦ୍ୟ ପାନ କରୁଥିଲେ। କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବଡଭାଇ ଶିବାଜୀ ଏକ ସାବଳରେ ସାନ ଭାଇ କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ସାନ ଭାଇ ବୁଧରାମର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭାଇକୁ ହତ୍ୟା କରିବା ଅଭିଯୋଗରେ ବଡ଼ଭାଇ ଶିବାଜୀକୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.