ବିରମିତ୍ରପୁର : ବିରମିତ୍ରପୁର ପୋୖରାଞ୍ଚଳରେ ଏବେ ଠାରୁ ଦେଖା ଗଲାଣି ପାନୀୟ ଜଳ ସଙ୍କଟ।। ସମସ୍ୟାର ସମାଧାନ ପାଇଁ ଦାବି।

0 335

ବିରମିତ୍ରପୁର : ୪/୪ (ସତ୍ୟାନ୍ୟୁଜ) ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହି। କିନ୍ତୁ ଏବେଠାରୁ ବିରମିତ୍ରପୁର ରେ ଦେଖାଗଲାଣି ପାନୀୟ ଜଳ ସଙ୍କଟ। ବିଭିନ୍ନ ୱାର୍ଡ ରେ ଥିବା ନଳକୂପର ଜଳସ୍ତର କମି ଯାଇ ଥିବାରୁ ପାଣି ବାହାରୁ ନାହିଁ। ଜନସ୍ଵାସ୍ଥ୍ୟ ବିଭାଗ ଯୋଗାଣ କରୁଥିବା ପାନୀୟ ଜଳ ନିୟମିତ ଭାବେ ମିଳୁନଥିବାରୁ ଲୋକମାନେ ଏବେ ଠାରୁ ହଇରାଣ ହେଲେଣି। ବିଭିନ୍ନ ସ୍ଥାନରେ ପାଇପ ଫାଟି ରାସ୍ତାରେ ପାଣି ବହି ଯାଉଥିବାରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଛି। ଆଗକୁ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବାର ସମ୍ଭାବନା ଥିବାରୁ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଭେଟି ଏ ବାବଦରେ ଏକ ଦାବି ପତ୍ର ଦେଇଛନ୍ତି। ସାତ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.