ରାଉରକେଲା : ହନୁମାନଙ୍କ ଜନ୍ମଦିନ ପାଳନ ଲାଗି ବିରମିତ୍ରପୁରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ହନୁମାନଙ୍କ ପ୍ରତିମାରେ ରଙ୍ଗ ସହ ସଫେଇ କାର୍ଯ୍ୟ ଜାରି।
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ଆସନ୍ତା ୬ ତାରିଖ ଗୁରୁବାର ଦିନ ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯିବ ହନୁମାନ ଜନ୍ମୋତ୍ସଭ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ହନୁମାନଙ୍କ ଜନ୍ମଦିନ ବିରମିତ୍ରପୁର ରେ ମହା ସମାରୋହରେ ପାଳିତ ହେବାକୁ ଯାଉଛି। ହନୁମାନଙ୍କ ୩୧ ଫୁଟର ପ୍ରତିମାରେ ସୁନ୍ଦର ଭାବେ ରଙ୍ଗ କରାଯାଉଛି। ହନୁମାନଙ୍କ ଜନ୍ମୋତ୍ସଭ ଲାଗି ସହରରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ହନୁମାନ ଜନ୍ମଦିନ ପାଳନ କମିଟି ଏବଂ ବିରମିତ୍ରପୁର ପୌରପାଳିକା ପକ୍ଷରୁ ଏହି ସଫେଇ କାର୍ଯ୍ୟ ଚାଲିଛି। ହନୁମାନଙ୍କ ଜନ୍ମଦିନରେ ଭଜନ କୀର୍ତ୍ତନ ସହ ବିଭିନ୍ନ କାର୍ଯ୍ୟକ୍ରମ ର ଅୟୋଜନ କରାଯାଉଛି।