ରାଉରକେଲା : ୩/୪ (ସତ୍ୟାନ୍ୟୁଜ) ମହାବୀର ଜୟନ୍ତୀ ଉପଲକ୍ଷେ ଅମର ଭବନ ସମ୍ମୁଖରୁ ସୋମବାର ଦିନ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ଦିଗମ୍ବର ଜୈନ ସମାଜ ସହିତ ଶ୍ବେତାମ୍ବର ଜୈନ ସମାଜର ଶହଶହ ସଂଖାରେ ମହିଳା, ପୁରୁଷ, ଯୁବ ସମାଜ ଭାଗ ନେଇଥିଲେ। ଶୋଭାଯାତ୍ରା ଅମର ଭବନ ସମ୍ମୁଖରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବିର୍ସ। ଡାହାର ସ୍ଥିତ ଜୈନ ମନ୍ଦିରରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ମହିଳାମାନେ ହଳଦିଆ ବସ୍ତ୍ର ଓ ପୁରୁଷମାନେ ଧଳା ରଙ୍ଗର ପାଇଜାମା କୁର୍ତ୍ତା ପରିଧାନ କରିଥିଲେ। ‘ଜିଓ ଅରୌ ଜିନେ ଦୋ’ ସ୍ଲୋଗାନ ସହିତ ମହାବୀର ସ୍ବାମୀ ଜୀ କି ଜୟହୋ, ପ୍ଲାଷ୍ଟିକ ମୁକ୍ତ ରାଉରକେଲା, ସହର ସ୍ବଛ ଭାରତ , ସ୍ବଛ ରାଉରକେଲା ସ୍ଲୋଗାନ୍ ଆଦି ଦିଆଯାଇଥିଲା।
ଦିଗମ୍ବର ଜୈନ ସମାଜର ଅଧ୍ଯକ୍ଷ ପଓ୍ବନ କୁମାର ଜୈନ, ସମ୍ପାଦକ ସୁରେନ୍ଦ୍ର ଜୈନ ଶ୍ବେତାମ୍ବର ଜୈନ ସମାଜର ଅଧ୍ଯକ୍ଷ ଛଗନଲାଲ ଜୈନ, ସମ୍ପାଦକ ଦୀନେଶ ଗିରିୟା, ମୁରଲୀ ମୋହନ ଜୈନ, ସୁମେରମଲ ଜୈନ, ସୁବାଷ ଜୈନ, ଦୀନେଶ ଜୈନ, ଆଦେଶ ଜୈନ, ଦୀପକ ଜୈନ, ବିକାଶ ଜୈନ, ଆଶୀଷ ଜୈନ, ପଙ୍କଜ ଜୈନ, ଆନନ୍ଦ ଜୈନ, ବନ୍ଦନା ଜୈନ, ମଞ୍ଜୁ ଜୈନ, ରେନୁ ଜୈନ ସମେତ ଅନ୍ଯ ସକ୍ରି ସଦସ୍ଯମାନେ ଏହି କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିଲେ।