ବଣେଇ : ସୁନ୍ଦରଗଡ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ।। ଏକର ଏକର ଜମିରେ ଚାଲିଥିବା ଅଫିମ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ନଷ୍ଟ କରାଗଲା।
ବଣେଇ : ୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ଅଫିମ ଚାଷ। ପୂର୍ବରୁ ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ଅଞ୍ଚଳରେ ଅଫିମ ଚାଷ ଚାଲିଥିଲା। ଏବେ ମହୁଲପଦା ଥାନାର କିରି ପାହାଡ଼ ଉପରେ ଥିବା ଏକ ଜଙ୍ଗଲ ରେ ଏକର ଏକର ଜମିରେ ଅଫିମ ଚାଷ ହେଉଥିବା ଜଣାପଡ଼ିଛି। ବଣାଇ ଅବକାରୀ ବିଭାଗ ଅଧିକାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ଏକ ସୂତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିଥିଲେ। ଘଞ୍ଚ ଜଙ୍ଗଲରେ ଚାଲିଥିବା ଏହି ଅଫିମ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରି ଦିଆଯାଇଥିଲା। ଏହି ଜଙ୍ଗଲକୁ ବିଶେଷ ଯାତାୟାତ ନଥିବାରୁ ଡ୍ରଗ୍ସ ଚାଲାଣକାରୀ ରାକେଟ ଏହି ସ୍ଥାନକୁ ସୁରକ୍ଷିତ ଭାବି ସେଠାରେ ଚାଷ ଚଳାଇ ଥିଲେ। ଖଣ୍ଡାଧାର ପରେ ମହୁଲପଦା ଅଞ୍ଚଳରେ ଅଫିମ ଚାଷ ଠାବ ହେବା ଅବକାରୀ ବିଭାଗ ଏବଂ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।