ମୟୁରଭଞ୍ଜ : କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ।। ସ୍ଥାନୀୟ ତଥା ଆମନ୍ତ୍ରିତ କଳାକାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ।

0 315

ମୟୁରଭଞ୍ଜ : ୩/୪ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମାଟିର ସାଂସ୍କୃତିକ ମହାମଞ୍ଚ କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ମଞ୍ଚର ଅଭିପ୍ରାୟ କରଞ୍ଜିଆ ଅଞ୍ଚଳର ଲୁକ୍କାୟିତ ପ୍ରତିଭାବାନ କଳାକାର ମାନଙ୍କୁ ନିମନ୍ତ୍ରିତ କଳାକାର ମାନଙ୍କ ସହ ସମ୍ପର୍କରେ ଆଣି କଳାର ଆଦାନ ପ୍ରଦାନ କରିବା। ଏହା ସହ ସେମାନଙ୍କ ପ୍ରତିଭାକୁ ସ୍ଵୀକୃତି ପ୍ରଦାନ କରିବା। ଉଦଘାଟନ କାର୍ଯ୍ୟକ୍ରମରେ ମହୋତ୍ସବ ପରିଚାଳନା କମିଟିର ସଭାପତି ତଥା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଏବଂ ଅତିଥି ଭାବେ ବିଜୁ ସେତୁ ବିଭାଗ ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି ଯୋଗଦାନ କରିଥିଲେ। କାର୍ଯ୍ୟ କାରୀ ସଭାପତି ଦିବ୍ୟ ପ୍ରସାଦ ସାହୁ ମଧ୍ୟ ସଭା ମଣ୍ଡନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। କମିଟି କୋଷାଧ୍ୟକ୍ଷ କର୍ଣ୍ଣାର୍ଜୁନ ସାହା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ମହୋତ୍ସବର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଅତିଥି ଗଣ ଏହି ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ଥିବା କାର୍ଯ୍ୟ ଗୁଡ଼ିକୁ ସମ୍ପନ୍ନ କରିବାକୁ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ବସନ୍ତ କୁମାର ରାଉତଙ୍କୁଟ ‘ମାଟିର ମହକ’ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟ କ୍ରମ ପରିଚାଳନା ନରୋତ୍ତମ ତନ୍ତି କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଇନି°ଡ୍ୟାନ୍ସ ଗୃପ ଭୁବନେଶ୍ୱର, କାର୍ତ୍ତିକ ଡ୍ୟାନ୍ସ ଗ୍ୟାଲେରୀ , ଅନୁଗୁଳର ନୃତ୍ୟଶ୍ରୀ ଅନୁଷ୍ଠାନ, କବିତା ନୃତ୍ୟ ଅନୁଷ୍ଠାନ ତଥା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ନୃତ୍ୟ ଦଳ ସାମିଲ ହୋଇଥିଲେ ।

Leave A Reply

Your email address will not be published.