ଜଗତ ଜନନୀ ମା ଦୁର୍ଗା ଙ୍କ ମହାସପ୍ତମୀ ପୂଜାରେ ରାଉରକେଲା ଇସ୍ପାତ ସହର ଚଳ ଚଞ୍ଚଳ ହୋଇ ଉଠିଛି । ଆଜି ବିଭିନ୍ନ ପେଣ୍ଡାଲ ରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ବିଭିନ୍ନ ପୀଠରେ ମହାଷ୍ଟମୀ ପୂଜା କରାଯାଉଛି । ସମସ୍ତ ପୂଜା ପେଣ୍ଡାଲ ରେ କୋଭିଡ କଟକଣା ପାଳନ କରାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମା ଙ୍କ ପ୍ରତିମା ର ଉଚ୍ଚତା 4 ଫୁଟ ମଧ୍ୟରେ ସୀମିତ ରହିଛି । ପୂଜା ପେଣ୍ଡାଲ ନିକଟରେ ଜନ ସମାଗମକୁ ବାରଣ କରାଯାଇଛି । ତଥାପି କୋଭିଡ ଗାଇଡ଼ ଲାଇନ ମଧ୍ୟରେ ଶ୍ରଦ୍ଧାଳୁ ମାନେ ଉତ୍ସାହ ର ସହ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଏହାଛଡା ସହରର ବିଭିନ୍ନ ଦେବୀ ପୀଠରେ ଆଜି ମହାଷ୍ଟମୀ ପୂଜା କରାଯାଉଛି । ହନୁମାନ ବାଟିକା ରେ ବିମଳା ମନ୍ଦିର , ବୈଷ୍ଣଦେବୀ ମନ୍ଦିର , ମଙ୍ଗଳା ମନ୍ଦିର , ଶାରଳା ମନ୍ଦିର , ସମଲେଶ୍ବରୀ ମନ୍ଦିର ରେ ମା ଙ୍କ ମହାଷ୍ଟମୀ ପୂଜାର୍ଚନା କରାଯାଉଛି ।