ବିଜେପି ବିଧାୟକଙ୍କ ଉପରେ ବୋମାମାଡ଼ ଘଟଣା : ଅପରାଧୀଙ୍କ ସିସି ଟିଭି ଫଟ ଜାରୀ କଲା ପୋଲିସ : ବିଜେପି ର ରାଜ୍ୟ ବ୍ୟାପି ଆନ୍ଦୋଳନ ଚେତାବନୀ ।।
କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ଼ ଘଟଣାର 72 ଘଣ୍ଟା ପୁରି ଯାଇଥିଲେ ମଧ୍ୟ ଏବେବି ପୋଲିସ ଅପରାଧୀ ଙ୍କୁ ଧରିପାରିନାହିଁ। ମୋହନ ମାଝୀ ଙ୍କ ଉପରେ ବୋମା ମାଡ଼ ଘଟଣାରେ ବିଜେଡି ସମ୍ପୃକ୍ତ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ ବିଧାୟକଙ୍କ ଗାଡି ଉପରେ ହୋଇଥିବା ବୋମାମାଡ଼ ଘଟଣାର ନିନ୍ଦା କରାଯାଇଛି । ବିଧାୟକ ଙ୍କ ଗାଡି ଉପରକୁ ବୋମା ଫିଙ୍ଗିଥିବା ଦୃବୃତ୍ତ ଙ୍କୁ ଗିରଫ କରିବାରେ ପୋଲିସ ର ବିଫଳତା ବିରୁଦ୍ଧରେ ବିଜେପି ତାର ପ୍ରତିକ୍ରିୟାକୁ ତୀବ୍ର କରିଛି । ଆଜି ବିଜେପି ର ନଅ ଜଣ ବିଧାୟକ କେଉଁଝର ରେ ପହଞ୍ଚି ଏକ ପ୍ରତିବାଦ ରାଲି କରିବା ସହ କେଉଁଝର ଏସ ପି ଙ୍କୁ ଭେଟି ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ । ସାତଦିନ ମଧ୍ୟରେ ବିଧାୟକଙ୍କ ଗାଡି ଉପରେ ବୋମା ଫିଙ୍ଗିଥିବା ଅଭିଯୁକ୍ତ ଙ୍କୁ ଗିରଫ କରା ନଗଲେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ବିଜେପି ବିଧାୟକ ମାନେ କେଉଁଝର ଏସ ପି ଙ୍କୁ ଭେଟି ଅପରାଧୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ । ଏହା ପରେ ପୋଲିସ ପକ୍ଷରୁ ବିଧାୟକ ମୋହନ ମାଝୀ ଙ୍କ ଗାଡି ଉପରକୁ ବୋମା ମାଡ଼ କରିଥିବା ଦୃବୃତ୍ତଙ୍କ ସି ସି ଟିଭି ଫଟ ଜାରି କରିଛନ୍ତି । ଅପରଧୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କେଉଁଝର ଏସ ପି କହିଛନ୍ତି ।
ଜଣେ ବିଧାୟକ ଙ୍କ ଗାଡି ଉପରେ ବୋମା ମାଡ଼ ଘଟଣା କେଉଁଝର ରେ ପ୍ରଥମ ଥର ହୋଇଥିବା ବେଳେ ଏହାକୁ ସବୁ ମହଲରେ ନିନ୍ଦା କରାଯିବା ସହ ବିରୋଧ କରାଯାଇଛି ।