ରାଉରକେଲା : ଡେଲି ମାର୍କେଟ ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ମସଲା ଚୋରି ଘଟଣାରେ ବାପ, ପୁଅ ଗିରଫ।। ୧୧ କାର୍ଟୁନ୍ ଚୋରି ମସଲା ଜବତ୍।
ଡେଲି ମାର୍କେଟରୁ ଲକ୍ଷାଧିକ ଟଙ୍କାର ଏଭରେଷ୍ଟ ମସଲା ଚୋରି। ପଡ଼ୋଶୀ ଦୋକାନୀ ବାପ-ପୁଅ ଗିରଫ।
ରାଉରକେଲା : ୨୮/୧୧
(ସତ୍ୟାନ୍ୟୂଜ) ରାଉରକେଲା ଡେଲି ମାର୍କେଟର ହରିୟାଣା ଭବନ ନିକଟରୁ ୭୧୩ କାର୍ଟୁନ୍ ଏଭରେଷ୍ଟ ମସଲା ଚୋରି ଘଟଣାରେ ପ୍ଲାଣ୍ଟସାଇଟ୍ ପୋଲିସକୁ ମିଳିଛି ବଡ ସଫଳତା।
ଏହି ଘଟଣାରେ ପଡ଼ୋଶୀ ଦୋକାନୀ ସୁଭାଷ ଗୋୟଲ ଓ ତାଙ୍କ ପୁଅ ସନ୍ଦୀପ ଗୋୟଲଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଗୋଦାମରୁ ୧୧ କାର୍ଟୁନ୍ ଚୋରି ମସଲା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମଧୁସୂଦନପାଲି ନିବାସୀ ୩୩ ବର୍ଷୀୟ ଅମିତ କୁମାର ସାହୁ ଡେଲି ମାର୍କେଟରେ ‘ଆସ୍ତ୍ୱିକ ଏଣ୍ଟରପ୍ରାଇଜେସ୍’ ନାମରେ ମସଲା ବ୍ୟବସାୟ କରନ୍ତି। ଗତ ନଭେମ୍ବର ୧୮ ତାରିଖରେ ସେ ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ ଚୋରି ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁସାରେ, ପଡ଼ୋଶୀ ‘ପ୍ରେମ ଷ୍ଟୋର’ର ମାଲିକ ସୁଭାଷ ଗୋୟଲ ଓ ତାଙ୍କ ପୁଅ ନକଲି ଚାବି ବ୍ୟବହାର କରି ଗୋଦାମ ଖୋଲି ପ୍ରାୟ ୮ ମାସ ଧରି ପର୍ଯ୍ୟାୟକ୍ରମେ ମସଲା ଚୋରି କରୁଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ଚୋରି ହୋଇଥିବା ଅବଶିଷ୍ଟ ମସଲା ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।