ରାଉରକେଲା ରେ କାର ରୁ ଗଞ୍ଜେଇ ସହ ପିସ୍ତଲ ଜବତ । 3 ଗିରଫ

0 1,034

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛନ୍ତି । ଗଞ୍ଜେଇ ଚାଲାଣ ହେଉଥିବା କାର କୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଯୁବକ ମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ମଧ୍ୟ ଜବତ କରାଯାଇଛି । ଏକ କାର ରେ ଗଞ୍ଜେଇ ଝାରଖଣ୍ଡ କୁ ଚାଲାଣ ହେଉଥିବା ସୂଚନା ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବେଦବ୍ୟାସ – କୁଆରମୁଣ୍ଡା ରୋଡ଼ ରେ ଗାଡିକୁ ଅଟକାଇଥିଲେ । ଯାଞ୍ଚ ପରେ ଗାଡିରୁ ଗଞ୍ଜେଇ ଜବତ ହୋଇଥିଲା । ଏ ବାବଦରେ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି

Leave A Reply

Your email address will not be published.