ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ଏଥର ଫୋକସ ରେ ୧ ନମ୍ବର ସେକ୍ଟର କଲ୍ୟାଣି ବସ୍ତି।

0 342

ରାଉରକେଲା : ୨/୪ (ସତ୍ୟାନ୍ୟୁଜ) କଂଗ୍ରେସ ନେତା ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି ରହିଛି। ରବିବାର ଦିନ ଶ୍ରୀ ସେଠୀ ୧ ନମ୍ବର ସେକ୍ଟର କଲ୍ୟାଣୀ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପାନୀୟ ଜଳ ସମସ୍ୟା ଉପରେ ବସ୍ତି ବାସିନ୍ଦା ମାନେ ଅଭିଯୋଗ କରିଥିଲେ।ଏହି ବସ୍ତିରେ ଥିବା ନଳକୂପ ଅଚଳ ହୋଇ ପଡିଛି। ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ପିଇବା ଉପଯୋଗୀ ନଥିବା ଅଭିଯୋଗ ହୋଇଛି। ବସ୍ତି ଅଞ୍ଚଳ ରେ ଥିବା ବୟସ୍କ ଲୋକ , ବିଧବା, ଭିନ୍ନକ୍ଷମ ମାନେ ଭତ୍ତା ପାଇବାରୁ ବଞ୍ଚିତ ଥିବା ଜଣା ପଡିବା ପରେ ଏହାର ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ପ୍ରଶାନ୍ତ କହିଥିଲେ। ଚିକିତ୍ସା ଏବଂ ରାସନ କାର୍ଡ ସମସ୍ୟା ବାବଦରେ ବସ୍ତି ବାସିନ୍ଦା ଜଣାଇଥିଲେ। ଏହି ସମସ୍ତ ସମସ୍ୟାର ସମଧାନ ପାଇଁ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରଶାନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ମନୋଜ ଜୟସ୍ଵଲ , ସୁଶାନ୍ତ ଦାସ, ନମିତା ଚୌଧୁରୀ, ଜିତେନ୍ଦ୍ର ଜେନା, ପଦ୍ମନାଭ ନାୟକ, ସୁରେଖା ବୈଠ, ଦଶମୀ ବାରିକ, ମୋତିଲାଲ ସିଂ, ସରୋଜ ନାୟକ, ବିଶ୍ୱରଂଜନ ରାଉତ, ବାବୁ ମହାନ୍ତି, ପ୍ରତାପ ପଟନାୟକ, ସୁରଜ କଂସାରୀ, ଜିତେନ୍ ମାଛଖଣ୍ଡ, ରବି ରାୟ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.