ରାଉରକେଲା : ମହାବୀର ଜୟନ୍ତୀ ପରିପ୍ରେକ୍ଷୀରେ ରକ୍ତଦାନ ଶିବିର ସହ ମଧୁମେହ ଯାଞ୍ଚ ଶିବିର ଅୟୋଜିତ।। ଦିଗମ୍ବର ଜ୍ୟେନ୍ ସମାଜ ପକ୍ଷରୁ ଆୟୋଜିତ।

0 336

ରାଉରକେଲା : ୨/୪ (ସତ୍ୟାନ୍ୟୁଜ) ଦିଗମ୍ବର ଜ୍ୟେନ୍ ମନ୍ଦିର ପକ୍ଷରୁ ମହାବୀର ଜୟନ୍ତୀ ପାଳନର ଅବ୍ୟାହତ ପୂର୍ବରୁ ଏକ ରକ୍ତଦାନ ଶିବିରର ଅୟୋଜନ କରାଯାଇଛି। ରବିବାର ସକାଳ ୧୦ଟାରୁ ଜଚେରୀ ରୋଡରେ ଥିବା ଜ୍ୟେନ୍ ମନ୍ଦିର କମ୍ପ୍ଲେକ୍ସ ସମ୍ମୁଖରେ ରକ୍ତଦାନ ଶିବିର ସହ ମଧୁମେହ ଯାଞ୍ଚ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ମଧୁମେହ ରୋଗ ଯାଞ୍ଚ ପାଇଁ ରାଜସ୍ଥାନ ସେବା ସଦନ ହସପିଟାଲର ଡାକ୍ତରୀ ଦଳ ତଥା ଟେକ୍ନିସିଆନ୍ ଟିମ୍ ସହଯୋଗ କରିଥିଲେ। ଏହି ଶିବିରକୁ ଡିଗମ୍ବର ଜ୍ୟେନ ମନ୍ଦିର କମିଟିର ସଭାପତି ପ୍ରେମ କୁମାର ଜ୍ୟେନ ଫିତା କାଟି ଉଦଘାଟନ କରିଥିଲେ। ମଧୁମେହ ଏବଂ ରକ୍ତ ଦାନ ଶିବିର ସମ୍ବନ୍ଧରେ ସମାଜ ତଥା ଲୋକମାନଙ୍କୁ ସଚେତନ କରାଯାଇଥିଲା। ମହାବୀର ଜୟନ୍ତୀ ପାଳନ ଅବସରରେ ସୋମବାର ସକାଳେ ଅମର ଭବନ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ। କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.