ରାଉରକେଲା : ୧/୪ ( ସତ୍ୟାନ୍ୟୁଜ) ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡିଶା ଦିବସ ପାଳନ କରାଯାଇଛି। ସକାଳେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସନ୍ଧ୍ୟାରେ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହୋଇଛି। ଶନିବାର ସନ୍ଧ୍ୟାରେ ବ୍ରାହ୍ମଣୀ କ୍ଲବରେ ମହାସମାରୋହରେ ଓଡିଶା ଦିବସ ପାଳିତ ହୋଇ ଯାଇଛି। ସୁନ୍ଦର ଆଲୋକ ମାଳାରେ କ୍ଲବକୁ ସଜ୍ଜା ଯାଇଥିବା ବେଳେ କ୍ଲବର ମୁଖ୍ୟ ଦ୍ୱାର ନିକଟରେ ଉତ୍କଳର ବୀରପୁତ୍ର ମାନଙ୍କ ଫୋଟୋ ଚିତ୍ର ଶୋଭା ପାଉଥିଲା। ଏହି ଅବସରରେ କ୍ଲବ ପରିସରରେ ଏକ ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମର ଅୟୋଜନ କରା ଯାଇଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିର ଦିନକୁ ଓଡିଶା ଦିବସ ଭାବେ ପାଳନ କରାଯାଉଛି ବୋଲି କ୍ଲବର ସମ୍ପାଦକ ସୁବ୍ରତ ପଟ୍ଟନାୟକ କହିଛନ୍ତି।