ରାଇରଙ୍ଗପୁର : ୧/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ୧୯୩୬ ମସିହା ଏପ୍ରିଲ ୧ ତାରିଖ ଉତ୍କଳ ଦିବସ।ପୂର୍ବର ଉତ୍କଳ, କଳିଙ୍ଗ, ତୋଷଣ, ଉଡ୍ର ପରିବର୍ତ୍ତିତ ହୋଇ ଆଜି ଓଡିଶା ହୋଇଛି। ଆମେ ଗର୍ବିତ କାରଣ ଓଡିଆ ମାଟିର ବୀର ସନ୍ତାନମାନଙ୍କର ସାଧନା,ତ୍ୟାଗ,ବଳିଦାନ ଓ ଦେଶପ୍ରେମ ପାଇଁ ଆମ ଜାତି ଆଜି ସ୍ବତନ୍ତ୍ର ପରିଚୟ ଲାଭ କରି ପାରିଛି। ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳ ମଣି ଗୋପବନ୍ଧୁ ଦାସ,ପଣ୍ଡିତ ନୀଳକଣ୍ଠ ଦାସ,ବ୍ୟାସକବି ଫକୀର ମୋହନ,ସ୍ବଭାବ କବି ଗଙ୍ଗାଧର ମେହେର,ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ପାଇକବୀର ବକ୍ସି ଜଗବନ୍ଧୁ ପ୍ରମୁଖ। ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠନର ୩୩ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଇଂରେଜଙ୍କୁ ବାଧ୍ୟ କରିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ,ଓଡିଆ ଜାତିର ମାନ୍ୟତା ପାଇଲେ।
ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ପାଳିତ ହେବା ସହ ସେ ଓଡିଆ ଜାତିର ଅସ୍ମିତାର ରୂପରେଖ ଓଡିଶା ଦିବସ ବୋଲି ଅବିହୀତ କରିଥିଲେ |ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ୍ୟ ଅଭିଶେକ ପଟ୍ଟନାୟକ,ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଧମେନ୍ଦ୍ର ଶତପଥୀ,ତହସିଲଦାର ଚିତ୍ତରଂଜନ ମହାନ୍ତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ ଓ ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି କିପରି ଓଡିଆ ଜାତି ସ୍ବତନ୍ତ୍ର ପ୍ରଦେଶ ଗଠନ କରିପାରିଲେ,ତାହା କେବଳ ମାତ୍ର ମହାମନିଷୀମାନଙ୍କର ତପସ୍ୟାର ଫଳ ବୋଲି ବିସ୍ତୁତ ଆଲୋଚନା ରଖିଥିଲେ |ଏହି ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ |ଏଥିରେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଧୀରଜଲାଲ କଲେଜ ଅଧକ୍ଷ୍ୟ ହିମାଂଶୁ ଶେଖର ପଟ୍ଟନାୟକ,ବିଜୟ ରାମ,ଡଃ ଦିଗମ୍ବର ଗିରି,ତିମିର ରଂଜନ ପଣ୍ଡା,ଦୁଷ୍ମନ୍ତ ବସା,ଦିଲ୍ଲୀପ କୁମାର ମହାନ୍ତି,ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପ୍ରମୁଖ ସହ ଶିକ୍ଷାବିତ୍ ,ବୃଦ୍ଧିଜୀବୀଙ୍କ ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତଥିଲେ.