ରାଉରକେଲା : ରାଉରକେଲା ସହରରେ ଉତ୍ସାହର ସହ ଉତ୍କଳ ଦିବସ ପାଳିତ।। ବହୁ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ କରାଗଲା ମାଲ୍ୟାର୍ପଣ।
ରାଉରକେଲା : ୧/୪ (ସତ୍ୟାନ୍ୟୁଜ) ପବିତ୍ର ଉତ୍କଳ ଦିବସ ଅବସରରେ ରାଉରକେଲା ଇସ୍ପାତ ସହର ଉତ୍ସବ ମୁଖର ହୋଇ ଉଠିଛି। ଶନିବାର ସକାଳୁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ଉଦିତନଗର ଆମ୍ବେଦକର ଛକରୁ ଶୋଭଯାତ୍ରା ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବସ ଷ୍ଟାଣ୍ଡ ନିକଟ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଥିଲା। ଜିଲ୍ଲା ପ୍ରଶାସନ , ବିଭିନ୍ନ ସଂଗଠନ , ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପାନପୋଷ ଉପଜିଲ୍ଲାପାଳ , ଆର ଏସ୍ ପି ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ।