ରାଉରକେଲା : ୧/୪ (ସତ୍ୟାନ୍ୟୁଜ) ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଯୋଗ ଦେଇଥିଲେ। ରାଉରକେଲା
ଏସ୍ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ। ପୋଲିସ ସେବା କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା କର୍ମଚାରୀଙ୍କୁ ମୁଖ୍ୟ ଅତିଥି ପୋଲିସ ମେଡାଲ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠିତ ପ୍ୟାରେଡ଼ ରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ।