ରାଉରକେଲା : ଭୁବନେଶ୍ୱର ଯାଉଥିବା ବେଳେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ।। କାମାକ୍ଷାନଗର ନିକଟରେ କାରକୁ ପିଟିଦେଲା ହାଇଭା।

0 1,167

ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଭୁବନେଶ୍ୱର ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇ ଥିଲାବେଳେ ସାରଦା କିମ୍ବା ତାଙ୍କ ସହଯୋଗୀଙ୍କ କୌଣସି କ୍ଷତି ହୋଇନାହି। ଶୁକ୍ରବାର ଦିନ ଏହି ଦୁର୍ଘଟଣା ଘଟିଛି। ସେ ବହୁ ଯାଉଥିବା ବେଳେ ଏକ ହାଇୱା ତାଙ୍କ ଗାଡିକୁ ପିଟି ଦେଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ବିଧାୟକ ଶ୍ରୀ ନାୟକ ତାଙ୍କ କାର୍‌ରେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହଯୋଗରେ ଅନ୍ୟ ଏକ ଗାଡ଼ିରେ ସାରଦା ଭୁବନେଶ୍ୱର ଯାଇଥିଲେ।
ବିଧାୟକ ଶ୍ରୀ ନାୟକ କହିଛନ୍ତି, ଆଜି ଭୁବନେଶ୍ୱରରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟି ଗଲା। ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାର କିଛି ହୋଇନାହିଁ। କେବଳ କାର୍‌ଟି କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସାହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ସାରଦା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି

Leave A Reply

Your email address will not be published.