ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ସହରରରେ ଚାଲିଛି ରାମ ନବମୀ ଶୋଭାଯାତ୍ରା।। ୧୨ ଟି ଆଖଡା କମିଟି ଶୋଭାଯାତ୍ରାରେ ଭାଗନେଲେ।
ରାଉରକେଲା : ୩୧/୩ ( ସତ୍ୟାନ୍ୟୁଜ) ପବିତ୍ର ରାମନବମୀ ଉପଲକ୍ଷେ ଶୁକ୍ରବାର ଦିନ ରାଉରକେଲାରେ ଏକ ଭବ୍ୟ ଶୋଭାଯାତ୍ରା ର ଅୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ୧୨ ଟି ଅଖଡା କମିଟି ଭାଗ ନେଇଥିଲେ। ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ ନଡ଼ିଆ ଭାଙ୍ଗି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଇଣ୍ଟିଗ୍ରେସନ ଫୋରମ ସଦସ୍ୟ , ବିଭିନ୍ନ ଆଖଡା କମିଟିର ସଦସ୍ୟ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସମୁଦାୟ ୧୨ ଟି ଆଖଡା ଦଳ ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ବିଭିନ୍ନ ପ୍ରକାର ଆକର୍ଷକ ପ୍ରଜ୍ଞାପନ ମେଢ ସହ ଆଖାଡା ଦଳ ଗୁଡିକ ବିଭିନ୍ନ ପ୍ରକାର ଖେଳ କସରତ ପ୍ରଦର୍ଶନ କରୁଛନ୍ତି। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭଯାତ୍ରା ଗଲାବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ପ୍ରବଳ ଭିଡ ଦେଖା ଯାଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପାନୀୟ ଜଳ , ସର୍ବତ ଆଦିର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।