ରାଜଗାଙ୍ଗପୁର : ସରବତୀ ଦେବୀ ମହାବିଦ୍ୟାଳୟ ପାଚେରୀ ଭାଙ୍ଗି ପଡ଼ିବାରୁ ବହୁ କ୍ଷୟକ୍ଷତି।। ବାଇକ୍ , ସାଇକେଲ , ଦୋକାନ ଇଟା ତଳେ ଦବି ଗଲା।

0 166

ରାଜଗାଙ୍ଗପୁରରେ ଅଘଟଣ : କଲେଜ ପାଚେରୀ ଭାଙ୍ଗି ଦୋକାନ ଘର ଦବି ଗଲା। ଅଳ୍ପକେ ବର୍ତ୍ତି ଲୋକେ।
ରାଜଗାଙ୍ଗପୁର:୧୨/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆଜି ଏକ ଅଘଟଣ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସହରର ମୁଖ୍ୟ ରାସ୍ତା ଉପରେ ଅବସ୍ଥିତ ସର୍ବତୀ ଦେବୀ ମହିଳା ମହାବିଦ୍ୟାଳୟର ମାଷ୍ଟର କଲୋନୀକୁ ଯିବା ରାସ୍ତା ପାଖରେ ଥିବା ପାଚେରୀ ହଠାତ୍ ଭାଙ୍ଗି ପଡ଼ିବାରୁ ଏକାଧିକ ଦୋକାନ
କେବିନ୍ ଦବି ଯାଇଛି।
ଏହି ଘଟଣାରେ ଗୋଟିଏ ମୋଟର ସାଇକେଲ ସହିତ ୨ଟି ସାଇକେଲ ମଧ୍ୟ ପାଚେରୀ ତଳେ ଦବି ଯାଇଥିବାର ସୂଚନା ମିଳିଛି। ଘଟଣା ସମୟରେ ଦୋକାନ ଗୁଡ଼ିକ ବନ୍ଦ ଥିବାରୁ କୌଣସି ଜୀବନ ହାନୀ ଘଟି ନାହିଁ। ଦୋକାନ ଘର ଖୋଲା ଥାଆନ୍ତା, ତେବେ ଏକ ବଡ଼ ଧରଣର ଅଘଟଣ ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ପାଚେରୀ ଭାଙ୍ଗିବାର କାରଣ ଖୋଜା ଯାଉଥିବା ବେଳେ ଦୁର୍ବଳ ନିର୍ମାଣ କିମ୍ବା ଦୀର୍ଘଦିନ ରୁ ରକ୍ଷଣା ବେକ୍ଷଣ ଅଭାବ ଏହାର ମୂଳ କାରଣ ବୋଲି କୁହା ଯାଉଛି। ଏହି ଘଟଣା ପରେ କଲେଜ୍ ପାଚେରୀ ର ସୁରକ୍ଷା ଯାଞ୍ଚ କରିବାକୁ ଅଞ୍ଚଳ ବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.