ସୁନ୍ଦରଗଡ଼ : ବେଆଇନ୍ ମଦ ପ୍ରସ୍ତୁତି ଭାଟି ଉପରେ ପୋଲିସ୍ ର ଚଢାଉ।। ମଦ ବେପାରୀ ଗିରଫ।। ପିସ୍ତଲ୍, ଗୁଳି ଜବତ ।

0 42

ସୁନ୍ଦରଗଡ଼ : ୩୦/୭
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ତଲସରା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ରୁଣିପାଣି ଗାଁରେ ବେଆଇନ ମହୁଲ ମଦ ଭାଟି ଠାବ ହୋଇଛି।
ଚଢ଼ାଉ ବେଳେ ଅଭିଯୁକ୍ତ ଫାଲିନ୍ଦ୍ର ସିଂହ ଜଙ୍ଗଲକୁ ଫେରାର ହୋଇଯାଇଥିଲେ। ଘର ତଲାସି ବେଳେ ପ୍ରାୟ ୨ କ୍ୱିଣ୍ଟାଲ୍ ମହୁଲ ପୋଚ ନଷ୍ଟ କରାଯିବା ସହ ୨ଟି ଦେଶୀ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।
ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଆଇନ ଅସ୍ତ୍ର କେଉଁଠାରୁ ଆସିଲା ଏବଂ ତାଙ୍କର ପୂର୍ବ ଅପରାଧିକ ରେକର୍ଡକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.