ରାଉରକେଲା : ସହରର କିନ୍ନର ମାନେ ମାନଇଲେ ‘ଅନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ’।। କିନ୍ନର ସମ୍ପ୍ରଦାୟ କୁ ସସକ୍ତ କରିବାକୁ ବିଚାର।
ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ସାରା ବିଶ୍ୱରେ କିନ୍ନର ମାନେ ନାନା ସାମାଜିକ ଭେଦ ଭାବର ଶିକାର ହୋଇ ଆସୁଛନ୍ତି। କାର୍ଯ୍ୟସ୍ଥଳ ହେଉ , ଶିକ୍ଷାନୁଷ୍ଠାନ ଅଥବା ନିଜ ପରିବାର ହେଉ ସେମାନଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ସମାଜରେ ଭିନ୍ନ ହୋଇ ଜନ୍ମ ହେବାର ଅଭିଶାପ ଭାବେ ସେମାନଙ୍କୁ ଅସାମାନତା ଏବଂ ନିର୍ଯ୍ୟାତନା ଭୋଗିବାକୁ ପଡୁଛି। ସେମାନଙ୍କ ମୁହଁରେ ଆଶାର କିରଣ ଆଣିବା ପାଇଁ ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ‘ଅନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ’।
ରାଉରକେଲାରେ ମଧ୍ୟ ଏହି ଦିବସକୁ ପାଳନ କରିଛନ୍ତି କିନ୍ନର ସମାଜ। ଏହି ପରିପ୍ରେକ୍ଷୀରେ ସହରରେ ଏକ ସଚେତନତା ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ପରେ ଉଦିତନଗର ଆମ୍ବେଦକର ଛକରେ ଏକ ସଭା କରାଯାଇଥିଲା। ସମାଜରେ ସଂସ୍କାର ଆଣି କିନ୍ନର ସମାଜକୁ କିପରି ସସକ୍ତ କରାଯାଇ ପାରିବ ସେ ବାବଦରେ ଆଲୋଚନା କରାଯାଇଥିଲା।