ରାଉରକେଲା : ବାଇକ କୁ ପଛରୁ ଧକ୍କା ଦେଲା ସ୍କୁଲ ବସ।। ବିପିୟୁଟି ର ସୁରକ୍ଷା ଗାର୍ଡ ମୃତ।

0 1,441

ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ପ୍ରତିଦିନ ପରି ଶୁକ୍ରବାର ଦିନ ବାଇକ ଚଲେଇ ଯାଉଥିଲେ ଡ୍ୟୁଟି କରିବାକୁ। ମାତ୍ର ପଛପଟୁ ଏକ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ବାଇକ କୁ ଧକ୍କା ଦେବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କଲେ। ତାଙ୍କ ନାଁ ବୈକୁଣ୍ଠ ବାରିକ। ସେ ବିପିୟୁଟି ରେ ସୁରକ୍ଷା ଗାର୍ଡ ଭାବେ କାମ କରନ୍ତି। ଶୁକ୍ରବାର ସକାଳେ ରିଙ୍ଗ ରୋଡ଼ ରେ ବିପିୟୁଟି ଯାଉଥିବା ବେଳେ ଅଭିଜ୍ଞାନ ଛକ ନିକଟରେ ବାଇକ କୁ ପଛରୁ ଧକ୍କା ଦେଇଥିଲା ବସ। ବସ ଟି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ବସ ଡ୍ରାଇଭର ବସ ସହ ୧୫ ନମ୍ବର ସେକ୍ଟର ଥାନାରେ ସରେଣ୍ଡର କରିଥିବା ଜଣା ପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.