ସମ୍ବଲପୁର : କେନାଲ ରେ ଗାଡି ଖସି ପଡିବାରୁ ୬ ମୃତ।। ୩ ଗୁରୁତର ।

0 451

ସମ୍ବଲପୁର : ୩୧/୩ (ସତ୍ୟାନ୍ୟୁଜ) ବାହାଘର ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଶୁକ୍ରବାର ଭୋରୁ ଏକ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୬ ଜଣଙ୍କ ଜୀବନ ଅକାଳରେ ଚାଲି ଯାଇଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣା ଶୁକ୍ରବାର ଭୋରୁ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି।
ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଏକ କାର୍‌ ଯୋଗେ ୧୧ ଜଣ ବର ଯାତ୍ରୀ ପରମାଣୁପୁରକୁ ଯାଇଥିଲେ। ସେମାନେ ଭୋଜି ଖାଇ ରାତିରେ ଘରକୁ ଫେରୁଥିଲେ। ମାତ୍ର ଶାସନ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା।
ବହୁ ସମୟ ପରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଫସିଥିବା କେତେ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବର ଯାତ୍ରୀ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ପତ୍ତା ମିଳିପାରିନି।
ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ପରମାଣୁପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.