ରାଇରଙ୍ଗପୁର : ୩୦/୩ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ପୁରୁଣାପାଣି ସ୍ଥିତ ଏସ୍ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ ଯୋଗ ଦେଇଥିଲେ। ସଭାପତି ଭାବେ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ରାଜୀବ କୁମାର ପାଲ,ମୁଖ୍ୟ ବକ୍ତା ଲଳିତ କୁମାର ମହାନ୍ତ,ସମ୍ମାନିତ ଅତିଥି ଏସ୍ଏସ୍ ଡି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ,କଲ୍ୟାଣବିଭାଗ ଅଫିସର ସିପ୍ରାରାଣୀ ମହାନ୍ତ ପ୍ରମୁଖ ଯୋଗ ଦେଇ ଥିଲେ। ଏବେ ଠାରୁ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେଲେ ଆଗାମୀ ଭବିଷ୍ୟତ ସେମାନଙ୍କର ସୁବ୍ୟବସ୍ଥିତ ହୋଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସମୀକ୍ଷା ପରିଡା ପରିଚାଳନା କରିଥିବାବେଳେ ଅଧ୍ୟାପକ ଶ୍ରୀକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଅଧ୍ୟାପକ ଚିନ୍ମୟ ଚିରଞ୍ଜୀବୀ ମହାନ୍ତି ପରିଚାଳନା କରିଥିଲେ। ଉକ୍ତ ବାର୍ଷିକ ଉତ୍ସବରେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟାପକ , ଅଧ୍ୟାପିକା ରାଜଶ୍ରୀ ରାଉତ,ଭାଗ୍ୟଶ୍ରୀ କର,ରାମ ହେମ୍ବ୍ରମ୍,ତଥା ଛାତ୍ରୀମାନଙ୍କ ମଧ୍ୟରେ ପୂଜା ସିଂହ,ହୀରା ନାୟକ,ପାର୍ବତୀ ପ୍ରିୟର୍ଦଶିନୀ ସୋରେନ,ମାଇନ ହାଁସଦାଃ,ଅର୍ଚ୍ଚନା ନାଏକ,ସିଜୁକା ହେମ୍ବ୍ରମ୍,ଶାନ୍ତି ମୁର୍ମୁ,ଦେବସ୍ମିତା ଟୁଡୁ,ପୁଷ୍ପା ଟୁଡୁ,ନନ୍ଦି ବାନରା ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ଅବିଭାବକ , ଅବିଭାବିକା, ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ।