ରାଉରକେଲା : ରାମନବମୀ ଉପଲକ୍ଷେ ସହରର ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ହନୁମାନ ବାଟିକା ଶ୍ରୀରାମ ଏବଂ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।
ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ରାଜ୍ୟର ବିଭିନ୍ନ ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ରାମନବମୀ ପର୍ବ ଉତ୍ସାହର ସହ ପାଳନ କରାଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନରେ ରାଉରକେଲା , ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଗୁରୁବାର ସକାଳୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖା ଯାଇଥିଲା। ଦୀପ ଜାଳି ମହିଳା , ପୁରୁଷ ମନେ ପୁରୁଷୋତ୍ତମ ଶ୍ରୀରାମ , ମାତା ସୀତା , ଲକ୍ଷ୍ମଣଙ୍କ ସହ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ଭୁବନେଶ୍ୱର ଶ୍ରୀରାମ ମନ୍ଦିର ଏବଂ ରାଉରକେଲା ହନୁମାନ ବଟିକାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲା ହନୁମାନ ବଟିକାରେ ରାମ ମନ୍ଦିର ଏବଂ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଏହା ଛଡା ସହରର ବିଭିନ୍ନ ଆଖଡା କମିଟି ପକ୍ଷରୁ ମଧ୍ୟ ପେଣ୍ଡାଲ କରାଯାଇ ପ୍ରଭୁ ଶ୍ରୀରାମ , ମାତା ସୀତା , ଲକ୍ଷ୍ମଣ ଏବଂ ହନୁମାନଙ୍କ ପୂଜାର୍ଚ୍ଚନା କରା ଯାଇଥିଲା।