ରାଉରକେଲା : ଆସନ୍ତାକାଲି ରାମନବମୀ ପାଳନ ନେଇ ସହର ଚଳ ଚଞ୍ଚଳ।। ପୋଲିସ ପ୍ରଶାସନ ସହ ଆଖଡା କମିଟିର ବୈଠକ।

0 489

ରାଉରକେଲା : ୨୯/୩ (ସତ୍ୟାନ୍ୟୁଜ) ଆସନ୍ତାକାଲି ରାମ ନବମୀ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନକୁ ରାମ ନବମୀରେ ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ। ରାଉରକେଲା ଇସ୍ପାତ ସହରରେ ମଧ୍ୟ ବିଭିନ୍ନ ଦେବାଳୟ ଏବଂ ରାମନବମୀ ଆଖଡା କମିଟି ପକ୍ଷରୁ ଏହି ଉତ୍ସବକୁ ଜାକଜମକରେ ପାଳନ କରା ଯାଇଥାଏ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଲାଣି। ବିଭିନ୍ନ ପେଣ୍ଡାଲ ଏରିଆରେ ସୁନ୍ଦର ବିଦ୍ୟୁତ ସଜ୍ଜା ସହ ପତାକା ସ୍ଥାପନ କରା ଗଲାଣି। ଏହା ସହ ଆସନ୍ତା ୩୧ ତାରିଖରେ ସହରରେ ରାମନବମୀ ଶୋଭାଯାତ୍ରା ଲାଗି ସମସ୍ତ ଆଖାଡା କମିଟି ଚଳ ଚଞ୍ଚଳ ହୋଇପଡ଼ିଛି। ଅନ୍ୟ ପକ୍ଷରେ ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ପାଳନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ବସୁଛି। ପ୍ଲାଣ୍ଟ ସାଇଟ ଥାନା ଏବଂ ଉଦିତନଗର ଥାନା ଅଞ୍ଚଳ ଦେଇ ସହରର ମୁଖ୍ୟ ମାର୍ଗରେ ୧୨ଟି ଆଖଡା କମିଟି ପକ୍ଷରୁ ଶୋଭାଯାତ୍ରା ବାହାରିବ। ଏଥିଲାଗି ପ୍ଲାଣ୍ଟସାଇଟ ଥାନାରେ ଅତିରିକ୍ତ ଏସ୍ ପି ବିକ୍ରମ କେଶରୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଆଖଡା କମିଟିର କର୍ମକର୍ତ୍ତା ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳନ ନେଇ ବୈଠକରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.