କେନ୍ଦ୍ରମନ୍ତ୍ରୀ ଙ୍କ ଅଶାଳୀନ ବ୍ୟବହାର କୁ ଓ ଏ ଏସ ସଂଘର ବିରୋଧ ।ପ୍ରତିବାଦରେ କଳା ବ୍ୟାଚ ପରିଧାନ।

0 551

ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଫିସରମାନେ କଳାବ୍ୟାଚ ପିନ୍ଧି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସରକାରୀ ଅଧିକାରୀ ଙ୍କୁ ଖରାପ ବ୍ୟବହାର କରିବାର ପ୍ରତିବାଦ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଓଏଏସ ସଂଘର ସଭାପତି ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ର ଓଏଏସ ଅଫିସର ସଂଘର ଏକ ଜରୁରୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଅଶୋଭନୀୟ ଆଚରଣ ର ନିନ୍ଦା କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ର ଅନେକ ବିଡ଼ିଓ , ତହସିଲଦାର ଏବଂ ଓଏଏସ ପଦପଦବୀ ରେ ଥିବା ଅଧିକାରୀ ମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟଯେ ଗତ ୯ ତାରିଖ ଦିନ ବାରିପଦା ସର୍କିଟ ହାଉସ ରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ଓ ଏ ଏସ ସଂଘ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି । ପ୍ରତିବାଦ ରେ ସଂଘ କର୍ମକର୍ତ୍ତା ମାନେ କଳା ବ୍ୟାଚ ପରିଧାନ କରିଛନ୍ତି ।

Leave A Reply

Your email address will not be published.