ରାଉରକେଲା : ଟିକସ ଠକେଇ ଅଭିଯୋଗରେ ରାଜ୍ୟ ଜି ଏସ୍ ଟି ବିଭାଗ ପକ୍ଷରୁ ୭ଟି ସ୍ଥାନରେ ଚଢ଼ାଉ।। ୪ଟି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ୩ ଜଣଙ୍କ ବାସଭବନରେ ଚଢ଼ାଉ।

0 252

ରାଉରକେଲା : ୨୭/୩ (ସତ୍ୟାନ୍ୟୁଜ) ଜିଏସଟି ଠକେଇ ଅଭିଯୋଗରେ ରାଉରକେଲାରେ ରାଜ୍ୟ
ଜି ଏସ୍ ଟି ବିଭାଗ ପକ୍ଷରୁ ଏକ ବଡ ଧରଣର ଚଢ଼ାଉ କରାଯାଇଛି। ରାଉରକେଲା ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି । କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ୪ଟି କମ୍ପାନୀ ଉପରେ ଚଢ଼ାଉ ଚାଲିଥିବା ବେଲବ ରାଉରକେଲା ସିଭିଲ ଟାଉନସିପରେ ଦୁଇ ଜଣଙ୍କ ବାସଭବନରେ ଚଢ଼ାଉ ହୋଇଛି। ଏହା ସହ ଛେଣ୍ଡ କଲୋନୀରେ ରହୁଥିବା କମ୍ପାନୀର ଜଣେ କର୍ମଚାରୀଙ୍କ ଘରେ ମଧ୍ୟ ରେଡ଼ ଚାଲିଛି। କ୍ରିଷ୍ଣା ଚନ୍ଦ୍ର ଜୟସ୍ବାଲଙ୍କ ଅରିନା ଟ୍ରେଡର୍ସରେ ରେଡ୍‌ ହୋଇଛି। ଏହାସହ ମୁସାଫିର ଜୟସ୍ବାଲଙ୍କ ଜେ ଏମ୍ ଷ୍ଟିଲ ଟ୍ରେଡର୍ସ ‘ ଗୌରୀଶଙ୍କର ଜୟସ୍ବାଲଙ୍କ ଡି ଡି ଆଇରନ ଏଣ୍ଡ ଷ୍ଟିଲ ଟ୍ରେଡର୍ସ ଏବଂ ଜୟନ୍ତ କୁମାର ଜୟସ୍ବାଲଙ୍କ ଜୁମ ଟ୍ରେଡର୍ସରେ ଜିଏସଟି ବିଭାଗ ପକ୍ଷରୁ ରେଡ୍ ଚାଲିଛି। ସମସ୍ତ ବ୍ୟବସାୟୀ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ତେବେ ବିଭାଗୀୟ ସୂତ୍ରରୁ ରେଡ଼ ବାବଦରେ ବିଶେଷ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।

Leave A Reply

Your email address will not be published.