ରାଉରକେଲା ; ବାଇକ୍ କୁ ପିଟି କାର ଚଢ଼ି ଗଲା ଡିଭାଇଡର।। ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ।। ବେପରୁଆ ଗାଡ଼ି ଚାଳନା ଅଭିଯୋଗ।

0 83

ରାଉରକେଲା:୩୧/୭(ସତ୍ୟାନ୍ୟୁଜ) ରାଉରକେଲା ସିଭିଲ ଟାଉନଶିପ୍ ସ୍ଥିତ ଅମ୍ବିକା ବିର୍ସା ମୁଣ୍ଡା ହସ୍ପିଟାଲ୍ ନିକଟରେ ଆଜି ସକାଳେ ଏକ କାର ବାଇକ୍ କୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଯାଇଥିଲା । ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସହରରେ ବେପରୁଆ ଗାଡ଼ି ଚାଳନା ଉପରେ ଚିନ୍ତା ବ୍ୟକ୍ତ କରା ଯାଉଛି। ଗତକାଲି ମଧ୍ୟ ରିଙ୍ଗ ରୋଡ ରେ ଏକ କାର ଧକ୍କାରେ ବାଇକ୍ ରେ ଯାଉଥିବା ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠା ଯାଇଛି। ବେପରୁଆ ଯାନ ଚଳାଚଳ ଉପରେ ଲଗାମ୍ ଦେବାକୁ ସାଧାରଣରେ ଦାବି ହେଉଥିବା
ବେଳେ ଅଭିଭାବକ କମ୍ ବୟସର ବାଳକ ବାଳିକାଙ୍କୁ ଗାଡ଼ି ଚଳାଇବାକୁ ନଦେବାକୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.