ରାଉରକେଲା : ରେଳ ଷ୍ଟେସନରୁ ଅଢେଇ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ।। ରାଞ୍ଚି ଚାଲାଣ ବେଳେ ଧରା ପଡ଼ିଲା।। ଜଣେ ଗିରଫ ।

0 398

ରାଉରକେଲା : ୨୭/୩ (ସତ୍ୟାନ୍ୟୁଜ) ଅବକାରୀ ବିଭାଗ ରାଉରକେଲା ରେଳ ଷ୍ଟେସନରୁ ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଜବତ କରିଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଯୁବକ କୁ ଗିରଫ କରା ଯାଇଛି। ଗିରଫ ଯୁବକ ଜଣକ କନ୍ଧମାଳ ରୁ ଗଞ୍ଜେଇ ଆଣି ରାଞ୍ଚି ଚାଲାଣ କରିବାକୁ ଉଦ୍ୟମ କରିବା ବେଳେ ରାଉରକେଲା ଅବକାରୀ ବିଭାଗ କର୍ମଚରୀଙ୍କ ହାତରେ ଧରା ପଡି ଯାଇଥିଲା। ଯୁବକ ଜଣକ ପାଖାପାଖି ୨୫ କେଜି ଗଞ୍ଜେଇ ୨ ଟି ବ୍ୟାଗରେ ନେଇ ଆସୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରା ଯାଇଥିଲା। ସୂଚନା ଯୋଗ୍ୟଯେ ଏବେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ଡ୍ରଗ୍ସ କାରବାର ଉପରେ ନିୟମିତ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.