ଜସୀପୁର : ଓଲଟି ପଡିଲା ଅଙ୍ଗୁର ବୋଝେଇ ଟ୍ରକ।। ଲୋକ ମାନେ ବୋହିନେଲେ ଅଙ୍ଗୁର।। ଆହତ ଡ୍ରାଇଭର ହେଲ୍ପର୍ ଙ୍କୁ ଉଦ୍ଧାର କଲା ପୋଲିସ।

0 611

ମୟୁରଭଞ୍ଜ : ୨୭/୩ (ସତ୍ୟାନ୍ୟୁଜ) ଭାରସାମ୍ୟ ହରାଇ ରାଜପଥରେ ଓଲଟି ପଡିଲା ଅଙ୍ଗୁର ବୋଝେଇ ଟ୍ରକ। ଦୁର୍ଘଟଣାରେ ଗାଡିର ଡ୍ରାଇଭର ଖଲାସୀ ଆହତ ହୋଇ ପଡ଼ିଥିଲେ। ଟ୍ରକ ଓଲଟି ପଡିବା ପରେ ଭିଡ଼ ଜମିଥିଲା। କିନ୍ତୁ ଲୋକମାନେ ଅଙ୍ଗୁର ଟ୍ରେ ବୋହି ନେବାରେ ବ୍ୟସ୍ତ ଥିଲେ। ଡ୍ରାଇଭର ଏବଂ ହେଲ୍ପର୍ ପ୍ରତି ମାନବିକତା ଭୁଲିଗଲେ। ଏପରି ଘଟଣା ଘଟିଛି ୪୯ ନମ୍ବର ଜାତୀୟ ରାଜପଥରେ। ସୋମବାର ସକାଳେ ରାଜପଥ ର ଯଶିପୁର ନିକଟ ନିକଟରେ ଏହି ଅଙ୍ଗୁର ବୋଝୋଇ 16 ଚକିଆ ଟ୍ରକ ଓଲଟି ପଡିଥିଲା। ଦୁର୍ଘଟଣା ବାବଦରେ ଖବର ପାଇ ଯଶିପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଉଭୟ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ଜସୀପୁର ଡାକ୍ତରଖାନା ପଠାଇଥିଲେ। ପରେ ଅଧିକ ଚିକିତ୍ସା ଲାଗି ସେମାନଙ୍କୁ କରଞ୍ଜିଆ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.