ରାଉରକେଲା : ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଧ ପ୍ରତିବାଦରେ କଂଗ୍ରେସର ମୌନ ସତ୍ୟାଗ୍ରହ।। ପାନପୋଷ ଗାନ୍ଧୀ ଛକରେ ବସିଲେ କଂଗ୍ରେସ କର୍ମୀ।
ରାଉରକେଲା : ୨୬/୩ (ସତ୍ୟାନ୍ୟୁଜ) ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ବାତିଲ ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ରବିବାର ଦିନ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଦେବବ୍ରତ ବିହାରୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ପାନପୋଷ ଗାନ୍ଧୀ ଛକରେ ହୋଇଥିଲା। କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀ ମାନେ ପାନପୋଷ ଗାନ୍ଧୀ ଛକ ନିକଟରେ ମୌନ ସତ୍ୟାଗ୍ରହ କରିଥିଲେ। ଏହି ମୌନ ପ୍ରତିବାଦରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ମହିଳା କଂଗ୍ରେସ ସଭାପତି ନିରୁପମା ବାଲିଆର ସିଂ , ପ୍ରଭାତୀ ମିଶ୍ର , ଯୁବ ସଭାପତି ଜ୍ଞାନେନ୍ଦ୍ର ଦାସ , ବରିଷ୍ଠ କଂଗ୍ରେସ ନେତା ରାମାନନ୍ଦ ଶ୍ରୀଚନ୍ଦନ , ସାବୀର ହୁସେନ୍ , ରବି ରାୟ , ପ୍ରଶାନ୍ତ ସେଠୀ , ରଶ୍ମୀ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।