ସୁନ୍ଦରଗଡ଼ : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା।। କିଞ୍ଜିରିକେଲା ଥାନା ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ।
ସୁନ୍ଦରଗଡ : ୨୬/୩ (ସତ୍ୟାନ୍ୟୁଜ) ଦିନ ଦ୍ବିପ୍ରହରେ ଗାଁ ଦାଣ୍ଡ ମଝିରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବା ଗାଁରେ। ଉକ୍ତ ଗ୍ରାମର ବୃଦ୍ଧ ହଳଧର ଭୋଇ ଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ କେହି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏକ ଧାରୁଆ ଅସ୍ତ୍ରରେ ହଳଧରଙ୍କ ମୁଣ୍ଡରେ ଆଘାତ କରାଯାଇଛି। କିଞ୍ଜିରକେଲା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି। ଗାଁ ରେ କେହି ରୋଗରେ ପୀଡିତ ହେଲେ ହଳଧର ତାଙ୍କୁ ଗୁଣି , ଝାଡ଼ ଫୁଙ୍କ ମାଧ୍ୟମରେ ଚିକିତ୍ସା କରୁଥିଲେ। ସେଥିପାଇଁ କେହି ତାକୁ ହତ୍ୟା କରୁଥିବା ସନ୍ଦେହ କରାଯାଉଛି । ଆଜି ସେ ଏକୁଟିଆ ଗାଁ ରାସ୍ତାରେ ଚାଲି ଯାଉଥିବା ବେଳେ ତାକୁ ହତ୍ୟା କରାଯାଇଛି। ହତ୍ୟା କରି ରାସ୍ତା କଡ ଆମ୍ବ ଗଛ ତଳେ ତାଙ୍କ ମୃତ ଦେହ କୁ ରଖି ଦିଆଯାଇଛି । ଜଣେ ମହିଳା କୁଅ କୁ ପାଣି ଆଣି ଯାଇଥିବା ବେଳେ ଦେଖି ଗାଁ ରେ ଖବର ଦେଇଥିଲେ । ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି।