ରାଉରକେଲା : ରାମନବମୀ ଉତ୍ସବ ପାଳନ ଲାଗି ପ୍ରସ୍ତୁତି ବୈଠକ।। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ ହେବ – ଏସ୍ ପି ।
ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ରାମନବମୀ ଉତ୍ସବ ପାଳନ ଲାଗି ରାଉରକେଲା ରେ ବିଭିନ୍ନ ଆଖଡା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାସହ ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳନ ଲାଗି।ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରୟାସ ଜାରି ରହିଛି। ଏ ବାବଦରେ ଶନିବାର ଦିନ ରାଉରକେଲା ଏସ୍ ପି ଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ , ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ବିଭିନ୍ନ ରାମନବମୀ ଅଖଡା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳନ ନେଇ ସମସ୍ତେ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଇଣ୍ଟିଗ୍ରେସନ ଫୋରମର ସଦସ୍ୟ , ଶାନ୍ତି କମିଟିର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ୩୧ ତାରିଖ ଦିନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାମନବମୀ ଶୋଭାଯାତ୍ରା ନେଇ ସମୟ ସ୍ଥିର ହେଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ନେଇ ରାଉରକେଲା ଏସ୍ ପି କହିଛନ୍ତି।