ରାଉରକେଲା : କାର- ସ୍କୁଟି ଧକ୍କାରେ ଜଣେ ମୃତ , ଜଣେ ଗୁରୁତର।। ଗୁରୁତର ଆହତ ଜେପି ହସପିଟାଲରେ ଭର୍ତ୍ତି। ପୋଲିସ ତଦନ୍ତ ଜାରି।

0 3,573

ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ରାଉରକେଲା ମୁନିସିପଲ କଲେଜ ନିକଟ ରିଙ୍ଗ ରୋଡ଼ରେ। ମିଳିଥିବା ସୂଚନା ଅନୁଯାୟୀ ଏକ କାର ସହ ସ୍କୁଟି ଧକ୍କା ହେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ଲୋକ ଏବଂ ପୋଲିସ ଉଭୟ ଆହତଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସପିଟାଲ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅଜୟ ଏକ୍କା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଆକାଶ ଓରାମ ନାମକ ଅନ୍ୟଜଣେ ଯୁବକ ଗୁରୁତର ଥିବାରୁ ତାଙ୍କୁ ଜୟ ପ୍ରକାଶ ହସପିଟାଲ ପଠାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ସ୍କୁଟିର ଆଗ ଚକ ଗାଡିରୁ ଅଲଗା ହୋଇ ଯାଇଥିଲା। ମୃତକ ଏବଂ ଆହତଙ୍କ ଘର ଓରାମ ପଡ଼ା ବୋଲି ସୂଚନା ମିଳିଛି। ଉଦିତନଗର ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.