ସୁନ୍ଦରଗଡ଼ : ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ।

0 304

ସୁନ୍ଦରଗଡ଼ : ୨୪/୩(ସତ୍ୟାନ୍ୟୁଜ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ଠାରେ ଆଜି ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ଏକ ମିଲେଟ ଉତ୍ପାଦ ର ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଜନସାଧାରଣ ମଧ୍ୟରେ ମିଲେଟ ଉତ୍ପାଦ ଗୁଡ଼ିକର ପୌଷ୍ଟିକ ତତ୍ତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଅୟୋଜିତ ଏହି ପ୍ରତିଯୋଗୀତାରେ ଆଶା କର୍ମୀ ମାନେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ପ୍ରକାର ମିଲେଟ ଉତ୍ପାଦ ଦ୍ଵାରା ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରିଥିଲେ I
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ମିଲେଟ ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ତଥା ପ୍ରତିଯୋଗୀ ଆଶା କର୍ମୀ ମାନେ ନିଜ ଅଞ୍ଚଳରେ ଏହାର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ I ଏହା ଛଡା ପ୍ରତ୍ୟେକେ ଏହାକୁ ନିଜ ଖାଦ୍ୟ ଦୈନନ୍ଦିନ ଖାଦ୍ୟପେୟ ରେ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ I
ଏହି ଆନ୍ତର୍ଜାତୀୟ
ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା ରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା , କ୍ରୀଡ଼ା ପ୍ରତିଯୋଗିତା ଆଦି ଆଯୋଜନ କରାଯିବାର ମଧ୍ୟ ଯୋଜନା ରହିଛି I

 ଆଜିର  କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ,  ମିଲେଟ ମିଶନ ର ଜିଲ୍ଲା ସଂଯୋଜକ ନିକିତା ମହାପାତ୍ର,  ଅରବିନ୍ଦ ମାଝୀ,  ପୃଷ୍ଟି   ପୁନର୍ବାସ କେନ୍ଦ୍ର ର ପୃଷ୍ଟି  କାଉନସିଲର , ଜିଲ୍ଲା କୃଷି କାର୍ଯ୍ୟାଳୟ ର ଅଧିକାରୀ,  ନର୍ସିଂ ଷ୍ଟାଫ୍ ଆଦି ଉପସ୍ଥିତ ଥିଲେ I
Leave A Reply

Your email address will not be published.