ମୟୁରଭଞ୍ଜ : ଆସିଥିଲେ ଝିଅ ଦେଖିବାକୁ।। ନଦୀରେ ପଡି ଯୁବକଙ୍କ ଜୀବନ ଗଲା। ଜସିପୁରର ଘଟଣା।

0 384

ମୟୁରଭଞ୍ଜ : ୨୪/୩ (ସତ୍ୟାନ୍ୟୁଜ) ଆସିଥିଲେ ଝିଅ ଦେଖିବାକୁ। କିନ୍ତୁ ପାଣିରେ ବୁଡି ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ। ଏଠାରେ ଥିବା ଖଇରୀ-ଭଣ୍ଡନ ନଦୀରେ ବୁଡି ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତ ଯୁବକ ଜଣକ ହେଲେ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ମଝିଗାଁ ଗ୍ରାମର ସୁବାସ ମହାନ୍ତ। ସୁବାସ ଯଶିପୁର ନିକଟସ୍ଥ ବଡ଼-ଝୁଣପୋଶି ଗ୍ରାମକୁ ଝିଅ ଦେଖିବାକୁ ଆସି ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ବୁଲିବାକୁ ଯାଇଥିବା ସମୟରେ ନଦୀରେ ପଡି ଯାଇଥିଲେ ।
ନଦୀରେ ବୁଡି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର ପାଇ ଜସିପୁର ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନଦୀରୁ ମୃତ ଦେହକୁ ଉଦ୍ଧାର କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.