ରାଉରକେଲା : ସିନେ କାର୍ଣ୍ଣିଭଲ ପକ୍ଷରୁ ଆସିକା ରେ ଖୋଲିଲା ଆଉ ଏକ ମଲ୍ଟିପ୍ଲେକ୍ସ।। ସୂଚନା ଦେଲେ ମଲ୍ଟିପ୍ଲେକ୍ସ ନିର୍ଦ୍ଦେଶକ ଅମିତାଭ ସାମଲ।
ରାଉରକେଲା/ଆସିକା : ୨୪/୩ (ସତ୍ୟାନ୍ୟୁଜ) ରାଉରକେଲା ପରେ ଆସିକା ଠାରେ ସିନେ କାର୍ଣ୍ଣିଭାଲ ପକ୍ଷରୁ ଆଉ ଏକ ମଲ୍ଟିପ୍ଲେକ୍ସ ଖୋଲାଯାଇଛି। ସେଠାରେ ବନ୍ଦ ପଡିଥିବା ଅଶୋକା ସିନେମା ହଲ କୁ ଅଧୁନିକରଣ କରାଯାଇ ଏକ ନୂତନ ମଲ୍ଟିପ୍ଲେକ୍ସର ରୂପ ଦିଆଯାଇଛି। ୨୦୦ ସିଟ୍ ବିଶିଷ୍ଟ ଏହି ସିନେ କାର୍ଣ୍ଣିଭଲରେ ଅନ୍ୟ ସମସ୍ତ ପ୍ରକାର ସୁବିଧା କରାଯାଇଛି। ରାଉରକେଲା ସିନେ କାର୍ଣ୍ଣିଭଲର ନିର୍ଦ୍ଦେଶକ ଅମିତାଭ ସାମଲ ଏବଂ ପପୁନ ଛୋଟରାୟଙ୍କ ଉଦ୍ୟମ କ୍ରମେ ଏହି ମଲ୍ଟିପ୍ଲେକ୍ସ ଶୁକ୍ରବାର ଦିନ ଆରମ୍ଭ ହୋଇଛି।