ରାଇରଙ୍ଗପୁର : ୨୪/୩ (ସତ୍ୟାନ୍ୟୁଜ) ବଳରାମପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ମଡେଲ ସ୍କୁଲରେ ୧୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ୟାମଚରଣ ସୋରେନ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ସନାତନ ମାଣ୍ଡି , ସମ୍ମାନିତ ଅତିଥି ଭାବେ ବଡପଲସା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ୍ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟରେ ସାନ୍ତାଳୀ , ଓଡିଆ , ଇଂରାଜୀ ଓ ହିନ୍ଦୀ ଭାଷାରେ ଶିକ୍ଷାଦାନ ଦିଆଯାଇଥାଏ। ମୁଖ୍ୟତଃ ବିଦ୍ୟାଳୟରେ ସାନ୍ତାଳୀ ଭାଷା ମାଧ୍ୟମରେ
ଛାତ୍ରଛାତ୍ରୀମାନେ ପାଠପଢିଥାନ୍ତି।ଏହି ବିଦ୍ୟାଳୟଟି ସମ୍ପୂଣ୍ଣ ଆବାସିକ ଅଟେ |କିନ୍ତୁ ଏହାର ଚାରିପାଖରେ ପାଚେରୀ
ନଥିବାରୁ ଜଙ୍ଗଲୀ ଜନ୍ତୁ ପ୍ରବେଶ କରିବାର ଭୟ ରହିଛି । କାରଣ ଏହି ବିଦ୍ୟାଳୟଟି ଜଙ୍ଗଲ ପାଖରେ ଅବସ୍ଥିତ। ସରକାରୀ ସାହାଯ୍ୟ ପାଇପାରିଲେ ସ୍କୁଲ ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉନ୍ନତି ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।
ଏଥିରେ ସ୍କୁଲ ଚେୟାରମ୍ୟାନ୍ ସୁଶାନ୍ତି ମୁଣ୍ଡା,ଚନ୍ଦ୍ରମୋହନ ମାଝୀ,ଅର୍ପିତା ମୁର୍ମୁ,କାରୁ ବାସ୍କେ,ମହେନ୍ଦ୍ର ହାଁସଦାଃ,ଉଦୟ ହେମ୍ବ୍ରମ୍ ଏବଂ ସ୍କୁଲ ପରିଚାଳନା କମିଟୀ ସଦସ୍ୟଗଣ ଉପସ୍ଥିତଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ମାନ୍ୟଗଣ୍ୟବ୍ୟକ୍ତିମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।