ରାଉରକେଲା : ପ୍ରକୃତିର ପର୍ବ ସରହୁଲ ମହୋତ୍ସବ ଅନୁଷ୍ଠିତ।। ଝାରଖଣ୍ଡ , ଛତିଶଗଡ଼ , ପଶ୍ଚିମବଙ୍ଗରୁ ଆସି ଶ୍ରଦ୍ଧାଳୁ ମାନେ ଯୋଗଦେଲେ ।

0 348

ରାଉରକେଲା : ୨୪/୧ (ସତ୍ୟାନ୍ୟୁଜ) ସରହୁଲ ପୂଜା ମହୋତ୍ସବ ପରିପ୍ରେକ୍ଷୀରେ ଆଦିବାସୀ ସମାଜ ପକ୍ଷରୁ ରାଉରକେଲାରେ ଏକ ଭବ୍ୟ ଶୋଭଯାତ୍ରାର ଅୟୋଜନ କରାଯାଇଥିଲା। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭାଯାତ୍ର ଉଦିତନଗର ସ୍ଥିତ ସରନା ପୂଜାସ୍ଥଳରେ ପହଁଚିବା ପରେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଏହି ଦିନ ଆଦିବାସୀ ମାନେ ପ୍ରକୃତିର ପୂଜା କରିଥାନ୍ତି। ଏହି ତିଥିକୁ ପ୍ରକୃତିର ନବ ବର୍ଷ ଭାବେ ପାଳନ କରାଯାଇଥାଏ। ଏହି ସମୟରେ ପ୍ରକୃତି ନୂତନ ଫୁଲ , ଫଳ ଦେଇଥାଏ। ପ୍ରତିବର୍ଷ ସରହୁଲ ମହୋତ୍ସବ ଆଜିର ତିଥିରେ ମନା ଯାଇଥାଏ। ପ୍ରକୃତିର ଏହି ପର୍ବରେ ସ୍ଥାନୀୟ ଆଦିବାସୀଙ୍କ ସହ ଝାରଖଣ୍ଡ , ଛତିଶଗଡ଼ , ପଶ୍ଚିମବଙ୍ଗରୁ ଶ୍ରଦ୍ଧାଳୁ ମାନେ ଆସି ଯୋଗ ଦେଇଥାନ୍ତି। ପୂଜାର୍ଚ୍ଚନା ସହ ବାଦ୍ୟର ତାଳେ ତାଳେ ନୃତ୍ୟ ଗୀତ ମଧ୍ୟ ହୋଇଥାଏ। ସରହୁଲ ମହୋତ୍ସବ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.