ରାଉରକେଲା : ସହରରେ ୧୬ ଦିନ ଧରି ଚାଲିଥିବା ଗଣଗୌର ପୂଜା ସମାପନ।। ନବ ବିବାହିତ ମହିଳା ମାନେ କ୍ଷୀରି , ପୁରୀ , ଚୁର୍ମା ଭୋଗ ଲଗାଇଲେ।
ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ରାଉରକେଲା ସହରରେ ରାଜସ୍ଥାନ ମହିଳାଙ୍କ ଦ୍ଵାରା ୧୬ ଦିନ ଧରି ଚାଲିଥିବା ଗଣଗୌର ପୂଜା ଆଜି ସମାପନ ହୋଇଛି। ନବ ବିବାହିତା ମହିଳାମାନେ ଏହି ପୂଜାର୍ଚ୍ଚନା କରିଥାନ୍ତି। ବିଶେଷ କରି ପ୍ରାଚୀନ କାଳରେ, ଏହି ପୂଜା ମାତା ପାର୍ବତୀ ଶିବଙ୍କୁ ପାଇବା ପାଇଁ କରିଥିଲେ। ସେହି ଦିନଠାରୁ ବିଶେଷ ଭାବରେ ନବ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ଘରେ ସୁଖ , ଶାନ୍ତି , ସମୃଦ୍ଧି କାମନା କରି ଏହି ପୂଜା କରିଥାନ୍ତି। ମହିଳାମାନେ ଏହି ପୂଜାରେ ନାଲି ଶାଢ଼ୀ , ନାଲି ଚୁନ୍ରି ଆଦି ପିନ୍ଧି କ୍ଷୀରି , ଚୁର୍ମା , ପୁରୀ ଆଦି ଭୋଗ ଲଗାଇ ଥାନ୍ତି। ଘରେ ଘରେ ଗଣଗୌର ପୂଜା ପାଳନ କରାଯାଇଥାଏ।