ମୟୁରଭଞ୍ଜ : ରାଇରଙ୍ଗପୁର ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ।। ପେସା ସମ୍ବନୟ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

0 291

ମୟୁରଭଞ୍ଜ : ୨୩/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ କୁ ଭାଗ କରି ରାଇରଙ୍ଗପୁର ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ ମାନେ। ମୟୂରଭଞ୍ଜ ଜିଲ୍ଲା ପେସା
ଗ୍ରାମସଭା ସମ୍ବନୟ କମିଟୀ ପକ୍ଷରୁ ଏହି ଜିଲ୍ଲା ଦାବିକୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କମିଟି ଅନୁକୂଲ୍ୟରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ବ୍ଲକ୍ ପଡିଆ ଠାରୁ ବାହାରି ଦୁର୍ଗାମଣ୍ଡପ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ମୟୂରଭଞ୍ଜ ଜିଲ୍ଲା ବିଭାଜନ ବିରୋଧରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ସମ୍ବିଧାନର ୫ମ ଅନୁସୂଚୀକୁ ଖାତିର ନକରି କିଛି ସ୍ବାର୍ଥନ୍ବେଷୀ ଲୋକ ମୟୂରଭଞ୍ଜ ଜିଲ୍ଲାକୁ ଭାଗ କରି ରାଇରଙ୍ଗପୁର ଜିଲ୍ଲାର ଦାବୀ କରୁଛନ୍ତି।ଜିଲ୍ଲାକୁ ଭାଗ ଭାଗ ନକରି ସରକାର ଆଦିବାସୀଙ୍କ ଉନ୍ନତି କଥା ଚିନ୍ତା କରିବା ଦାବି ହେଉଛି। ଏହି ପରିପ୍ରେକ୍ଷୀର ଏକ ୧୭ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଯାଇଛି।

Leave A Reply

Your email address will not be published.