ଦାଣ୍ଡିଆ ରାତ୍ରି କୁ ମହନଗର ନିଗମ ପକ୍ଷରୁ ନିଷେଧ କୋଭିଡ କଟକଣା ମଧ୍ୟରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ।

0 430

କଡା କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମା ଙ୍କ ପୂଜା ଲାଗି ଶ୍ରଦ୍ଧାଳୁ ଙ୍କ ମନରେ ଉତ୍ସାହ କମ ହୋଇନାହିଁ । ସରକାରୀ ଗାଇଡ଼ ଲାଇନ କୁ ମାନି ରାଉରକେଲା ର ବିଭିନ୍ନ ପୂଜା ପେଣ୍ଡାଲ , ଦେବୀ ପୀଠ ରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ରୋକିବାକୁ ପାର୍ବଣ ରେ ଜନ ସାଧରଣଙ୍କ ସମାଗମ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଏ ବାବଦରେ ରାଉରକେଲା ମହନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ନବରାତ୍ରୀ ସମୟରେ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିବା ଦାଣ୍ଡିଆ ନୃତ୍ୟ ସମାଗମ କୁ ନିଷେଧ କରାଯାଇଛି । ସୋମବାର ସନ୍ଧ୍ୟାରେ କେତେକ ସ୍ଥାନରେ ଦାଣ୍ଡିଆ ନୃତ୍ୟ ଚାଲିଥିବା ବେଳେ ମହନଗର ନିଗମ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ କାର୍ଯ୍ୟକ୍ରମ କୁ ବନ୍ଦ କରି ଦିଆଯାଇଥିଲା । ଏବେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପାର୍ବଣ ସମୟରେ ଯେପରି ପୂଜା ପେଣ୍ଡାଲ ଏବଂ ଅନ୍ୟ କାର୍ଯ୍ୟକ୍ରମ ରେ ଜନ ସମାଗମ ନ ହୁଏ ସେଥି ପ୍ରତି ସଜାଗ ରହିବାକୁ ରାଜ୍ୟ ସରକାର ରାଜ୍ୟର ମହନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମସ୍ତ କଟକଣା ସ୍ୱତ୍ତ୍ୱେ ଲୋକଙ୍କ ମନରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବାଲାଗି ବେଶ ଉତ୍ସାହ ରହିଛି ।

Leave A Reply

Your email address will not be published.