ରାଉରକେଲା : ବିରମିତ୍ରପୁର ଗୁପ୍ତେଶ୍ଵର ମେଳାରେ ଲୋକଙ୍କ ଭିଡ଼ ବଢି ଚାଲିଛି।। ପଡୋଶୀ ଝାରଖଣ୍ଡ ରାଜ୍ୟରୁ ମଧ୍ୟ ଆସୁଛନ୍ତି ଲୋକମାନେ।
ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ବିରମିତ୍ରପୁରରେ ଚାଲିଥିବା ଗୁପ୍ତେଶ୍ଵର ମେଳାରେ ଦିନକୁ ଦିନ ଲୋକଙ୍କ ଭିଡ଼ ବଢି ବଢି ଚାଲିଛି। ତିନି ବର୍ଷ ପରେ ମେଳା ଲାଗି ଥିବାରୁ ମେଳା ବୁଲିବାକୁ ଲୋକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। କୋଭିଡ କଟକଣା ଯୋଗୁଁ ମେଳା ୩ ବର୍ଷ ହେଲା ହୋଇ ପାରି ନଥିଲା। ବେଦବ୍ୟାସ ମେଳା ପରେ ପରେ ଆରମ୍ଭ ହୋଇଥିବା ଗୁପ୍ତେଶ୍ଵର ମେଳା ରେ ଲୋକ ମାନଙ୍କ ଆମୋଦ ପ୍ରମୋଦ ପାଇଁ ସମସ୍ତ ସାଧନ ରହିଛି। ସମୁଦାୟ ୯ ପ୍ରକାରର ଦୋଳି ଲାଗିଛି। ଦୋଳି ଖେଳିବା ଲାଗି ଲୋକ ମାନଙ୍କ ମଧ୍ୟ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି। ପିଲା ଛୁଆ ଧରି ଲୋକମାନେ ମେଳାର ଆନନ୍ଦ ଉଠାଉଛନ୍ତି। ମେଳାରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ କିଣା ବିକା ବେଶ ଉତ୍ସାହ ଜନକ। ବିରମିତ୍ରପୁର ଏବଂ ଆଖପାଖ ଅଞ୍ଚଳର ଲୋକମାନେ ମେଳା ବୁଲି ଆସୁଥିବା ବେଳେ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ଲୋକମାନେ ଆସୁଛନ୍ତି। ପ୍ରସିଦ୍ଧ ଗୁପ୍ତେଶ୍ଵର ମେଳା ରବିବାର ଉଦଘାଟିତ ହୋଇଥିବା ବେଳେ ଏହା ୧୫ ଦିନ ଧରି ଚାଲିବ।