ରାଉରକେଲା : ବିରମିତ୍ରପୁରରେ ଫାଇଲେରିଆ ରୋଗୀ ଚିହ୍ନଟ ଏବଂ ଚିକିତ୍ସା ପ୍ରକ୍ରିୟା ଆରମ୍ଭ।। ୧୦୪ ଜଣ ରୋଗୀଙ୍କୁ ମେଡ଼ିସିନ କିଟ୍ ବଣ୍ଟନ।

0 291

ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ରାଜ୍ୟରେ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ହୋଇ ପାରିନାହିଁ। ଏବେବି ବହୁ ସଂଖ୍ୟକ ଫାଇଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ସରକାର ଗମ୍ଭୀରତାର ସହ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଫାଇଲେରିଆ ରୋଗୀ ଚିହ୍ନଟ କରିବା ସହ ଚିକିତ୍ସା ମଧ୍ୟ ଆରମ୍ଭ କରିଛନ୍ତି। ଚିହ୍ନଟ କାମରେ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏବେ ଫାଇଲେରିଆ ରୋଗୀ ଚିହ୍ନଟ ପ୍ରକ୍ରିୟା ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ ଚାଲିଛି। ବିରମିତ୍ରପୁର ଛୋଟ ସହର ହେଲେ ମଧ୍ୟ ଏଠାରେ ୧୦୪ ଜଣ ଫାଇଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଫାଇଲେରିଆ ରୋଗର ଚିକିତ୍ସା ପଦ୍ଧତି ବାବଦରେ ପ୍ରଶିକ୍ଷଣ ଦିଆଯାଉଛି। ରୋଗୀ ମାନଙ୍କୁ ସରକାରଙ୍କ ତରଫରୁ ମାଗଣା ମେଡ଼ିସିନ କିଟ୍ ମଧ୍ୟ ପ୍ରଦାନ କରାଯାଇଛି। ଏହାକୁ ବ୍ୟବହାର କରାଯିବା ପଦ୍ଧତି ବାବଦରେ ପ୍ରଶିକ୍ଷଣ ଦିଆଯାଇଛି।

Leave A Reply

Your email address will not be published.