ରାଉରକେଲା : ରାମ ନବମୀ ପାଳନ ନେଇ ପ୍ଲାଣ୍ଟ ସାଇଟ ଥାନାରେ ପ୍ରସ୍ତୁତି ବୈଠକ।। ଯୋଗଦେଲେ ଅଖଡା କମିଟି, ଶାନ୍ତି କମିଟି,ଇଣ୍ଟିଗ୍ରେସନ ଫୋରମ ସଦସ୍ୟ।

0 385

ରାଉରକେଲା : ୨୨/୩.(ସତ୍ୟାନ୍ୟୁଜ) ରାମ ନବମୀ ଉତ୍ସବ ପାଳନ ଲାଗି ରାଉରକେଲା ସହରରେ ବିଭିନ୍ନ ଆଖାଡା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ପାଳନ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ୩୦ ତାରିଖରେ ରାମ ନବମୀ ଉତ୍ସବ ପାଳନ କରାଯାଉଥିବା ବେଳେ ୩୧ ତାରିଖରେ ବିଭିନ୍ନ ଆଖଡା କମିଟି ପକ୍ଷରୁ ଶୋଭାଯାତ୍ରା ବାହାରିବା ନେଇ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ପ୍ଲାଣ୍ଟ ସାଇଟ ଥାନାରେ ଏକ ବୈଠକ ହୋଇଥିଲା। ଅତିରିକ୍ତ ଏସ୍ ପି ବିକ୍ରମ କେଶରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଆଖଡା କମିଟି , ଶାନ୍ତି କମିଟି ଏବଂ ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନେ ଯୋଗ ଦେଇଥିଲେ। ପ୍ଲାଣ୍ଟ ସାଇଟ ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ପାଳନ ନେଇ ବୈଠକରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.