ରାଉରକେଲା : ସାମାନ୍ୟ ବଚସା କୁ କେନ୍ଦ୍ର କରି ବନ୍ଧୁଙ୍କୁ ଶାବଳରେ ପିଟି ହତ୍ୟା କଲା ସାଙ୍ଗ।। ଅଭିଯୁକ୍ତ ଗିରଫ।

0 1,944

ରାଉରକେଲା : ୨୨/୩ (ସତ୍ୟାନ୍ୟୁଜ) ସୋନୁ ବଡାଇକ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ପଟ୍ଟନାୟକକୁ ଉଦିତନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଶାବଳ ମଧ୍ୟ ପୋଲିସ ଜବତ କରିଛି। ବାସନ୍ତୀ କଲୋନୀ ଆମ୍ବେଦକର ବସ୍ତିରେ ରହୁଥିବା ସୋନୁ ବଡାଇକ ଏବଂ ଗୋବିନ୍ଦ ପଟ୍ଟନାୟକଙ୍କ ମଧ୍ୟରେ ବନ୍ଧୁତା ଥିଲା। ମଙ୍ଗଳବାର ଦିନ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଗୋବିନ୍ଦ ଏକ ଶାବଳରେ ପିଟି ପିଟି ସୋନୁ କୁ ହତ୍ୟା କରିଥିଲା। ଖବର ପାଇ ଉଦିତନଗର ଥାନା ଇନିସ୍ପେକ୍ଟର ରବୀନ୍ଦ୍ରନାଥ ପାତ୍ର ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଜି ପୋଲିସ ଗୋବିନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.