ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ।। ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ।
ସୁନ୍ଦରଗଡ଼ : ୨୨/୩ (ସତ୍ୟାନ୍ୟୁଜ) ସ୍ଥାନୀୟ ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲ ର ପ୍ରକାର, ଦେଶ ରେ ଥିବା ବିଭିନ୍ନ ଜାତୀୟ ଉଦ୍ୟାନ, ଯୁଗ୍ମ ବନ ପରିଚାଳନା, ଇକୋ ଟୁରିଜିମ୍, ବନ ସୁରକ୍ଷା ନିମନ୍ତେ ଅତୀତ ରେ କରାଯାଇଥିବା ବିଭିନ୍ନ ଆନ୍ଦୋଳନ ଆଦି ସମ୍ପର୍କରେ ଉପସ୍ଥାପନା କରିଥିଲେ I ଏହା ଛଡ଼ା ଡ. ମିଶ୍ର ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ସମ୍ପର୍କରେ ଜନସଚେତନା ଉପରେ ଆଲୋଚନା କରିଥିଲେ I
ସେହିପରି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ ଜିଲ୍ଲାରେ ବିଭାଗ ଦ୍ଵାରା ହାତ କୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଜଙ୍ଗଲ ସୁରକ୍ଷା ଦିଗରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଆଗଭର ହେବା ଆବଶ୍ୟକ ବୋଲି କହିଥିଲେ ଏହା ସହିତ ସମସ୍ତଙ୍କୁ ବନ ସୁରକ୍ଷା ସମ୍ପର୍କିତ ଶପଠ ପାଠ କରେଇଥିଲେ I
ଏହି ଅବସରରେ 2022 ବର୍ଷ ପାଇଁ ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପାନପୋଷ ଉପଖଣ୍ଡ ଅନ୍ତର୍ଗତ କୁଆରମୁଣ୍ଡା ଡନ ବସ୍କୋ ଉଚ୍ଚ ବିଦ୍ୟାଳୟ, ବଣାଇ ଉପଖଣ୍ଡ ଅନ୍ତର୍ଗତ
ବୈଦପାଲି ସରକାରୀ (ଏସ୍. ଏସ୍. ଡି.) ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସୁନ୍ଦରଗଡ଼ ଉପଖଣ୍ଡ ଅନ୍ତର୍ଗତ କୁଣ୍ଡୁକେଲା ସ୍ଥିତ ଲମ୍ବୋଦର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଏବଂ ଦେଓଭୁବନପୁର
ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା I ସେହିପରି ସୁରକ୍ଷା ସମିତି ର ସଭାପତି, ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏବଂ ଛାତ୍ରଛାତ୍ରୀମାନେ ବନ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅବୈତନିକ ବନ୍ୟପ୍ରାଣୀ ୱାର୍ଡେନ ଶ୍ରୀ ଆଶୁତୋଷ ନାୟିକ, ଶ୍ରୀ ସୁଧାଂଶୁ ଚୌଧୁରୀ , ବି. ଏସ୍. ଉଚ୍ଚ ବିଦ୍ୟାଳୟ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସହାୟକ ବନ ସଂରକ୍ଷକ, ସୁନ୍ଦରଗଡ଼, ଶ୍ରୀ ମୋହନ ହେମ୍ବ୍ରମ, ସହାୟକ ବନ ସଂରକ୍ଷକ, ବଣାଇ ଶ୍ରୀ ସମୀର ପ୍ରକାଶ ତିର୍କୀ, ବନ ସୁରକ୍ଷା ସମିତି ର କର୍ମକର୍ତ୍ତା, ବିଭିନ୍ନ ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା, ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I