ସୁନ୍ଦରଗଡ଼ : ଘରୋଇ କଳହର କରୁଣ ସ୍ଥିତି।।ବସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା।। ପୋଲିସ ତଦନ୍ତ ଜାରି।

0 596

ସୁନ୍ଦରଗଡ଼ : ୨୨/୩ (ସତ୍ୟାନ୍ୟୁଜ) ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ଫାସୀ ଲଗାଇ ଆତ୍ମହତ୍ୟା କରିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁ ରେ। ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ଦମକୁଡ଼ା ଗାଁ ର ହେମନ୍ତ ଦଣ୍ଡସେନାଙ୍କ ବିବାହ ଏକ ବର୍ଷ ପୂର୍ବରୁ ହୋଇଥିଲା। ହେମନ୍ତ ଦାଦନ ଖଟିବାକୁ ଗୋଆ ଯାଇଥିଲା। ଗତ ହୋଲି ବେଳକୁ ସେ ଘରକୁ ଫେରି ଆସିଥିଲା। ହେମନ୍ତର ସ୍ତ୍ରୀ ଶାଶୁ ଏବଂ ନଣନ୍ଦ ଙ୍କ ସହିତ ରହୁଥିଲା । ହେମନ୍ତ ଘାରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାର ଠାରୁ ଅଲଗା ହୋଇ ରହୁଥିଲେ। ମଙ୍ଗଳବାର ଦିନ କୌଣସି କଥା କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ହେମନ୍ତ ରାଗ ରେ ସ୍ତ୍ରୀ ଶୋଇଥିବା ବେଳେ ତକିଆ ରେ ଚିପି ସ୍ତ୍ରୀ କୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.