ମୟୁରଭଞ୍ଜ : କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ।। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବାକୁ ବନ୍ଦ ଡାକରା।

0 302

ମୟୁରଭଞ୍ଜ : ୨୧/୩ (ସତ୍ୟାନ୍ୟୁଜ) କୁଡୁମୀ ସେନା ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗଳବାର ସକାଳ ୬ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୬ ଘଣ୍ଟିଆ ହରତାଳର ପ୍ରଭାବ ଦେଖିବାକୁ ମିଳିଥିଲା। ଏହି ବନ୍ଦ ଡାକରାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ,ଦୋକାନ ବଜାର ବନ୍ଦ ରହିଥିଲା। ରାଜ୍ୟ ଓ ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୯୫୦ ମସିହା ପରଠାରୁ କୁଡୁମୀ ଜାତି ଆଦିବାସୀ ମାନ୍ୟତାରୁ ବଞ୍ଚିତ ରହି ଆସୁଛନ୍ତି। ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ସଭାପତି ସୁଜାତା ମହାନ୍ତ,ବାମନଘାଟୀ ସଭାପତି ସୌଭାଗ୍ୟ ମହାନ୍ତ,ଯୁବ ଟାଉନ ସଭାପତି ଭଜହରି ମହାନ୍ତ,ମହିଳା ଟାଉନ କାର୍ଯ୍ୟକାରିଣୀ ସଭାପତି ପ୍ରେମଲତା ମହାନ୍ତ,ଛାତ୍ର ଟାଉନ ସଭାପତି ବରୁଣ କୁମାର ମହାନ୍ତ,ତରୁଣ କୁମାର ମହାନ୍ତ,ରାଇରଙ୍ଗପୁର ବ୍ଲକ୍ ରଋ କୁମୁଦିନୀ ମହାନ୍ତ,ଗୌରୀ ମହାନ୍ତ,କମଳିନୀ ମହାନ୍ତ,ସୁକୁମାର ମହାନ୍ତ,ବହଳଦା ବ୍ଲକ୍ ର ଅଞ୍ଜନା ମହାନ୍ତ,ଉର୍ବଶୀ ମହାନ୍ତ ଓ ସୁକାନ୍ତୀ ମହାନ୍ତ ପ୍ରମୁଖ ଏହି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.